Site icon ଆଜିକାଲି

ଆଇପିଏଲ-୨୦୨୩ : ଟସ୍ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଚେନ୍ନାଇ

ଅହମ୍ମଦାବାଦ: ଆରମ୍ଭ ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ । ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଆନ୍ ଗୁଜରାଟ ଟାଇଟାନ୍ସ ସହିତ ୪ଥର ଚାମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଲଢେଇ ହେବ । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜରାଟ ଟାଇଟନ୍ସ । ପ୍ରଥମ ମ୍ୟାଚକୁ ବିଜୟ ଲକ୍ଷ୍ୟରେ ଉଭୟ ଦଳ ରହିଛନ୍ତି । ଉଦଘାଟନୀ ମ୍ୟାଚରେ କ୍ୟାପଟେନ୍ କୁଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଫର୍ମରେ ଥିବା ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ପୁଣି ଥରେ ଜଲ୍ଓ୍ବା ଦେଖାଇବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ।

ଚେନ୍ନାଇ ଚୂଡାନ୍ତ ଏକାଦଶ: ଏମ ଏସ ଧୋନି (କ୍ୟାପଟେନ), ଡେଭନ୍ କନଓ୍ବେ, ରୁତୁରାଜ ଗାଇକୱାଡ, ବେନ୍ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ମୋଇନ୍ ଅଲି, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମିଚେଲ୍ ସାଣ୍ଟନର୍, ଦୀପକ ଚହର, ରାଜଭାରଦାନ ହଙ୍ଗରଗେକର

ଗୁଜରାଟ ଟାଇଟନ୍ସ ଚୂଡ଼ାନ୍ତ ଏକାଦଶ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ରିଦ୍ଧିମାନ ସାହା, ଶୁବମାନ ଗିଲ, କେନ ୱିଲିୟମସନ, ବିଜୟ ଶଙ୍କର, ରାହୁଲ ତେୱାଟିଆ, ରସିଦ ଖାନ, ମହମ୍ମଦ ଶାମି, ଜୋଶୁଆ ଲିଟିଲ, ୟଶ ଦିନଲ, ଅଲଜାରୀ ଜୋସେଫ

Exit mobile version