Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ହାଇଦ୍ରାବାଦ-ଲକ୍ଷ୍ନୌ ଓ ପଞ୍ଜାବ-ଦିଲ୍ଲୀ ଲଢେଇ

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଶନିବାର ଦୁଇଟି ହାଇ-ଭୋଲଟେଜ୍ ଗେମ ଖେଳାଯିବ । ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ମୁକାବିଲା ହେବ । ସେହିପରି ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ। ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି ।

୫୮ତମ ଲିଗ୍‌ ମୁକାବିଲାରେ ଏସଆରଏଚ୍ ଓ ଏଲଏସଜି ମଧ୍ୟରେ ଟକ୍କର ହେବ । ଅପରାହ୍ଣ ସାଢେ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ । ୧୧ ପଏଣ୍ଟ ହାସଲ କରିସାରିଥିବା ସୁପର ଜାଏଣ୍ଟ୍‌ସ ବିଜୟ ସହ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ ମଧ୍ୟରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସନରାଇଜର୍ସ ପାଇଁ ଆଜିର ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୦ଟି ମ୍ୟାଚ୍‌ରୁ ୮ ପଏଣ୍ଟ ହାସଲ କରିସାରିଥିବା ସନରାଇଜର୍ସକୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଶେଷ ୪ଟିରୁ ଅତି କମ୍‌ରେ ୩ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ ।

ସେପଟେ ଦ୍ବିତୀୟ ମ୍ୟାଚ ସଂଧ୍ୟା ସାଢେ ୬ଟାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ଆଜିର ମ୍ୟାଚ୍‌ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ୧୦ ପଏଣ୍ଟ ସହ ପଞ୍ଜାବ କିଙ୍ଗ୍‌ସ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । କ୍ୟାପିଟାଲ୍ସ ୮ ପଏଣ୍ଟ ସହ ଶେଷ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବା କ୍ୟାପିଟାଲ୍ସ ଦଳ ପାଇଁ କଷ୍ଟକର ହେବ । ମାତ୍ର ପଞ୍ଜାବ କିଙ୍ଗ୍‌ସକୁ ପ୍ଲେ-ଅଫ୍‌ ଦୌଡରୁ ଅଟକାଇବାକୁ କ୍ୟାପିଟାଲ୍ସ ସବୁ ଶକ୍ତି ଖଟାଇବ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ୍‌ ମଧ୍ୟରେ କ୍ୟାପିଟାଲ୍ସ ୪ଟି ମ୍ୟାଚ୍‌ ଜିତିଛି । ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।

Exit mobile version