Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ କୋଲକାତା-ବାଙ୍ଗାଲୋର

କୋଲକାତା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌-୨୦୨୩)ରେ ଗୁରୁବାର ଟୁର୍ଣ୍ଣାମେଣ୍ଟର ନବମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଏହି ମ୍ୟାଚ କୋଲକାତା ଇଡେନ୍‌ ଗାର୍ଡେନରେ ଗୁରୁବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଖେଳାଯିବ । ଏହି ମ୍ୟାଚ ଜିତି କେକେଆର ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ବେଳେ ଆରସିବି ବିଜୟ ଜାରି ରଖିବାର ଲକ୍ଷ୍ୟ ରଖିଛି ।

ତେବେ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା କେକେଆର ବିଜୟ ଖାତା ଖୋଲିବା ପାଇଁ ତତ୍ପର ରହିଛି । ଘରୋଇ ସମର୍ଥକଙ୍କ ଗହଣରେ ସବୁ ଶକ୍ତି ଖଟାଇବାକୁ କେକେଆର ପ୍ରସ୍ତୁତ । ମାତ୍ର କେକେଆରରେ ଆହତ ଓ ଅନୁପସ୍ଥିତଙ୍କ ସଂଖ୍ୟା ବଢି ଚାଲିଛି । ଶ୍ରେୟାସ ଆୟର ସମ୍ପୂର୍ଣ୍ଣ ବାଦ ପଡ଼ିଥିବାବେଳେ ସାକିବ ଓହରି ଯାଇଛନ୍ତି । ଲୋକି ଫର୍ଗୁସନ ଏପର୍ଯ୍ୟନ୍ତ ଫିଟ୍‌ ହୋଇନାହାନ୍ତି । ଲିଟନ ଦାସ ଦଳରେ ଯୋଗ ଦେଇ ନାହାନ୍ତି । ତେଣୁ ନାଇଟ ରାଇଡର୍ସର ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ ରହିବ । ବୋଲିଂ ବିଭାଗରେ ବିଭିନ୍ନତା ରହିଛି । ତଥାପି ଆନ୍ଦ୍ରେ ରସେଲ ଓ ସୁନିଲ ନାରାଏନଙ୍କ ଉପରେ ଦଳ ନିର୍ଭର କରିବ ।

ସେହିପରି ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସର ମନୋବଳ ଶିଖର ଛୁଇଁଛି । ପ୍ରମୁଖ ବ୍ୟାଟରମାନେ ଫର୍ମରେ ରହିଥିବାରୁ ଦଳ ସାମାନ୍ୟ ଆସ୍ୱସ୍ତ । ତଥାପି ବୋଲିଂ ବିଭାଗ ସୁଦୃଢ କରିବା ପାଇଁ ଦଳ ପ୍ରୟାସ ଚଳାଇଛି । ରିସ ଟପଲି ଆହତ ହେବା ଫଳରେ ଦଳର ଚିନ୍ତା ବଢି ଯାଇଛି । ପୂର୍ବରୁ ରଜତ ପାତିଦାର ଆହତ ହୋଇ ବାଦ ପଡ଼ିଥିବାବେଳେ ଜୋସ ହାଜେଲଉଡ୍‌ ଓ ୱାନିଣ୍ଡୁ ହସରଙ୍ଗା ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି । ତେଣୁ ବୋଲିଂ ବିଭାଗକୁ ନେଇ ଦଳର ପରୀକ୍ଷା ନୀରିକ୍ଷା ଜାରି ରହିବ ।

କୋଲ୍‌କାତା ନାଇଟ୍‌ ରାଇଡର୍ସ ସମ୍ଭାବ୍ୟ ଦଳ : ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍‌ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ୍‌ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ୍‌ ଜଗଦୀସାନ, ବୈଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ୍‌, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ସମ୍ଭାବ୍ୟ ଦଳ : ଫାଫ ଡୁ’ପ୍ଲେସିସ୍‌ (ଅଧିନାୟକ), ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋ‌ମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କୌଲ, ଅକାଶ ଦୀପ, ରିସି ଟପ୍‌ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।

Exit mobile version