Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି କୋଲକାତା-ରାଜସ୍ଥାନ ମୁକାବିଲା

କୋଲକାତା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ୫୬ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ। ଗୁରୁବାର ସନ୍ଧ୍ୟାରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ। ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ଏହି ମ୍ୟାଚରେ ନାଇଟ୍‌ ରାଇଡର୍ସର ପଲା ଭାରି ରହିବ । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଚତ୍ମକାର ପ୍ରଦର୍ଶନ ଦେଖାଯାଉଛି । ପୂର୍ବ ରେକର୍ଡକୁ ଦେଖିଲେ ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୭ଥର ଭେଟିଛନ୍ତି । ଏଥିରୁ ନାଇଟ୍‌ ରାଇଡର୍ସ ୧୪ ଓ ରାଜସ୍ଥାନ ରୟାଲ୍ସ ୧୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ କ୍ରମାଗତ ବିଜୟ ସହ ନାଇଟ ରାଇଡର୍ସ ଟ୍ରାକକୁ ଫେରିଛି । ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଗୁରୁବାର ମ୍ୟାଚରେ କେକେଆର୍ ବିଜୟ ପାଇଁ ଲଢେଇ କରିବ । ସେପଟେ ରାଜସ୍ଥାନ ରୟାଲ୍ସ ସିଜନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଧୀରେ ଧୀରେ ଲୟ ହରାଇ ବସିଥିଲା । କ୍ରମାଗତ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ଠାରୁ ପରାଜିତ ହୋଇଛି ।

ନାଇଟ୍‌ ରାଇଡର୍ସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଦଳର ବ୍ୟାଟିଂ ବିଭାଗ ସଦୃଢ ରହିଛି । ବୋଲିଂ ବିଭାଗ ଠାରୁ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରାଯାଉଛି । ଟ୍ରେଣ୍ଟ ବୋଲ୍ଟ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ରୟାଲ୍ସର ବୋଲିଂ ବିଭାଗ ସଦୃଢ ହେବା ନିଶ୍ଚିତ ।

Exit mobile version