Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ-ବାଙ୍ଗାଲୋର

ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୪୩ତମ ଲିଗ୍‌ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସୋମବାର ଘରୋଇ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବାରୁ ସୁପର ଜାଏଣ୍ଟନ ସହଜ ବିଜୟ ଲକ୍ଷ୍ୟ ରଖିଛି । ଗତ ଏପ୍ରିଲ୍‌ ୧୦ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ସେପଟେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ତେଣୁ ଆଜିର ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।

ଚଳିତ ସିଜନର ପ୍ରଥମ ଭେଟରେ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ସୁପରଜାଏଣ୍ଟ୍‌ସ ୧ ୱିକେଟରେ ହରାଇଥିଲା । ଉକ୍ତ ମ୍ୟାଚ୍‌ରେ ବିରାଟ କୋହଲି, ଫାଫ୍‌ ଡୁ’ପ୍ଲେସି ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨/୨୧୨ରନ୍‌ କରିଥିଲା । ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ସୁପର ଜାଏଣ୍ଟ୍‌ସ ଶେଷ ବଲ୍‌ରେ ବିଜୟୀ ହୋଇଥିଲା । ମାର୍କସ ଷ୍ଟଇନିସ୍‌, ନିକୋଲାସ ପୂରନଙ୍କ ବିସ୍ଫୋରଣ, ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Exit mobile version