Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ-ଚେନ୍ନାଇ ଓ ପଞ୍ଜାବ-ମୁମ୍ବାଇ ମଧ୍ୟରେ ମ୍ୟାଚ

ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ରେ ଆଜି ଡବଲ୍‌ ହେଡର ମ୍ୟାଚ । ବୁଧବାର ଖେଳାଯିବ ଦୁଇଟି ହାଇ-ଭୋଲଟେଜ୍ ଗେମ୍ । ପ୍ରଥମ ମ୍ୟାଚ୍ ସାଢେ ୩ଟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ହେବ । ସେହିପରି ସଂଧ୍ୟାରେ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଦୁଇଟି ମ୍ୟାଚ୍ ଦମଦାର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

ପ୍ରଥମ ମ୍ୟାଚ୍ ସୁପର ଜାଏଣ୍ଟ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ଲୋ’ ସ୍କୋରିଂ ମ୍ୟାଚରେ ରାହୁଲ ଆଣ୍ଡ କୋ ଆରସିବି ଠାରୁ ପରାସ୍ତ ହୋଇଥିଲା । ତେବେ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ସେପଟେ କ୍ୟାପଟେନ ଏକ.ଏଲ ରାହୁଲ ପୂର୍ବ ମ୍ୟାଚରେ ଆହତ ହୋଇଥିବା ଆଜିର ମ୍ୟାଚ୍ ଖେଳିବା କ୍ଷିଣ । ତେବେ ତାଙ୍କ ସ୍ଥାନରେ କୃନାଲ ପାଣ୍ଡ୍ୟା ନେତୃତ୍ୱ ନେଇପାରନ୍ତି । ଅନ୍ୟପଟେ ସୁପରକିଙ୍ଗସ ମଧ୍ୟ ଶେଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଠାରୁ ପରାସ୍ତ ହୋଇଥିଲା । ବୁଧବାର ମ୍ୟାଚରେ ଦଳ ବିଜୟ ଟ୍ରାକକୁ ଫେରିବାକୁ ପ୍ରୟାସ କରିବ । ସିଜନ ଆରମ୍ଭରୁ ଏକାଧିକ ଖେଳାଳି ଆହତ ହୋଇ ବାଦ୍ ପଡ଼ିଥିଲେ ହେଁ ସୁପରକିଙ୍ଗ୍‌ସ ଶେଷରେ ଏକ ସନ୍ତୁଳିତ ଦଳ ଗଠନ କରିସାରିଛି । ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଥିଲେ ହେଁ ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି । ଡେଭନ କନୱେ, ଋତୁରାଜ ଗାଏକୱାଡ୍‌ ଓ ଶିବମ ଦୁବେଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଥିବାରୁ ବେନ୍‌ ଷ୍ଟୋକ୍ସଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିହେଉନାହିଁ ।

ସେହିପରି ଦ୍ବିତୀୟ ମ୍ୟାଚ୍ ପଞ୍ଜବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ମୋହାଲିରେ ଏହି ମ୍ୟାଚ ଖେଳାଯାଉଥିବାରୁ ସହଜ ବିଜୟ ଲକ୍ଷ୍ୟ ରଖିଛନ୍ତି ଧଓ୍ବନ ଆଣ୍ଡ କୋ । ଶେଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇଥିଲା ପଞ୍ଜାବ କିଙ୍ଗ୍‌ସ । ତେବେ ଏହି ଆଧିପତ୍ୟ ବଜାୟ ରଖି ଦଳ ପଏଣ୍ଟ ବୃଦ୍ଧି କରିବାକୁ ପ୍ରୟାସ କରିବ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପୂର୍ବ ମ୍ୟାଚରେ ଦମଦାର ବିଜୟ ଲାଭ କରିଥିବାରୁ ଦଳରେ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୦ଥର ଭେଟିଛନ୍ତି ଓ ୧୫ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ମୁମ୍ବାଇ ଇଣ୍ଡିଆନ୍ସକୁ ଆଶ୍ୱସ୍ତ କରିଛି । ଗତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ସୂର୍ଯ୍ୟକୁମାର ଚମତ୍କାର ଅର୍ଦ୍ଧଶତକ ଓ ଟିମ୍ ଡେଭିଡଙ୍କ ବିଧ୍ବଂସକାରୀ ପାଳି ବଳରେ ଦଳ ବିଜୟ ହୋଇଥିଲା । ଫଳରେ ଯୁବ ତାରକା ଯଶସ୍ୱୀ ଜୈସ୍ୱାଲଙ୍କ ଶତକ ଫିକା ପଡ଼ିଯାଇଥିଲା । ଆଜିର ମ୍ୟାଚ ଦଳ ଜିତି ପଏଣ୍ଟ ଟେବୁଲ ବୃଦ୍ଧି କରିବାକୁ ଚେଷ୍ଟା କରିବେ ଉଭୟ ଦଳ ।

Exit mobile version