Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁମ୍ବାଇ-ଗୁଜରାଟ ମଧ୍ୟରେ ଫ୍ଲେ-ଅଫ୍ ରେସ୍ ଲଢେଇ

ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ଖେଳାଯିବ ଏକ ଦମଦାର ମ୍ୟାଚ୍ । ଓ୍ବାଙ୍ଖେଡେରେ ମୁହାଁମୁହିଁ ହେବେ ୫ଥର ଚାମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଆନ୍ ଗୁଜରାଟ ଟାଇଟନ୍ସ । ନିଜ ଗଡ଼ରେ ବିଜୟ ଧ୍ବଜା ଉଡ଼ାଇବାକୁ ଚେଷ୍ଟା କରିବ ମୁମ୍ବାଇ । ଆଜିର ମ୍ୟାଚ ଜିତି ଘରୋଇ ଦଳ ଫ୍ଲେ-ଅପ୍ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟାଇଟନ୍ସ ମଧ୍ୟ ଫ୍ଲେ-ଅପ୍ କ୍ବାଲିଫାୟାର ପାଇଁ ଆଜିର ମ୍ୟାଚ୍ ଖେଳିବ । ବିଜୟ ସହ କ୍ବାଲିଫାଏ କରିବାକୁ ଦଳ ପ୍ରୟାସ କରିବ । ଦଳ ୧୧ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିଛନ୍ତି । ପ୍ଲେ-ଅଫ୍ ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ଟାଇଟନ୍ସ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ଅଭିଯାନ ଶେଷ କରିପାରିବ । ଅର୍ଥାତ୍ ଜିତିବା ପରେ ଟାଇଟନ୍ସ ଶେଷ ୨ଟି ଲିଗ୍‌ ମ୍ୟାଚ୍‌ରେ ପରାଜିତ ହେଲେ ମଧ୍ୟ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିପାରିବ । ଏହି ମ୍ୟାଚରେ ଟସ ଜିତି ଗୁଜୁରାଟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ ।

Exit mobile version