Site icon ଆଜିକାଲି

ଆଇପିଏଲ-୨୦୨୩ : ଦିଲ୍ଲୀକୁ ହରାଇ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଶନିବାର ଖେଳାଯାଉଥିବା ୫୯ତମ ମ୍ୟାଚରେ ପ୍ରଭସିମରନ ସିଂଙ୍କ ଲଢୁଆ ଶତକ ଏବଂ ହରପ୍ରୀତ ବ୍ରାରଙ୍କ ଶାଣିତ ବୋଲିଂ ବଳରେ ପଞ୍ଜାବ କିଙ୍ଗ୍ସ ୩୧ ରନରେ ବିଜୟ ଲାଭ କରିଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ (ଘରୋଇ ପଡ଼ିଆ)ରେ ଖେଳା ଯାଇଥିବା ଆଇପିଏଲର ୫୮ତମ ମୁକାବିଲାରେ ପୁଣି ଥରେ ଦର୍ଶକଙ୍କୁ ନିରାଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍‌ରେ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖି ପାରିଛି। ସେହିପରି ଫିକା ପଡ଼ିଲା ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ । ପଞ୍ଜାବ ଠାରୁ ମ୍ୟାଚ ହାରି ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଲା ଦିଲ୍ଲୀ ।

ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଓପନର ପ୍ରଭସିମ୍ରନ ସିଂହଙ୍କ ଶତକ ଦଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା । ପ୍ରଭସିମରନ ୬୫ଟି ବଲରୁ ୬ ଛକା ଓ ୧୦ ଚୌକା ସହ ୧୦୩ ରନ କରିଥିଲେ । ସାମ୍ କୁରାନ୍ ୨୦ ରନ୍ କରିଥିଲେ । କିନ୍ତୁ ଅଧିନାୟକ ଶିଖର ଧାୱନଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ । ଫଳରେ ଦଳ ଏକ ଭଲ ସ୍କୋର କରିଥିଲେ ବି ଏକ ସୁରକ୍ଷିତ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା । ଦିଲ୍ଲୀ ପକ୍ଷରୁ ୧୦୦ତମ ଆଇପିଏଲ୍ ଖେଳୁଥିବା ଇଶାନ୍ତ ଶର୍ମା ୨ଟି ୱିକେଟ୍ ନେଇଥିଲେ। ସେହିପରି ଅକ୍ଷର ପଟେଲ, ପ୍ରବୀଣ ଦୁବେ, କୂଳଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟରଙ୍କ ବିଫଳତା କାରଣରୁ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରି ପାରିଥିଲା। ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ବିସ୍ଫୋରକ ୫୪ ରନର ଇନିଂସ ଖେଳିଥିଲେ ହେଁ ବାକି ବ୍ୟାଟର କ୍ରିଜରେ ତିଷ୍ଠି ପାରିନଥିଲେ। ହରପ୍ରୀତ ବ୍ରାର ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

Exit mobile version