Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-ଗୁଜରାଟ


ଜୟପୁର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳି ଶୀର୍ଷ ସ୍ଥାନକୁ ଉଠିବା ଲକ୍ଷ୍ୟରେ ଖେଳିବ ରାଜସ୍ଥାନ । ସେହପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଗୁଜରାଟ ।

ଗତ ମାସ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରୟାଲ୍ସ ଦଳ ଏହି ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିଥିଲା । ସଞ୍ଜୁ ସାମସନ ଓ ସିମରନ ହେତମାୟର ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ ଖେଳି ଦଳକୁ ଜିତାଇଥିଲେ । ପୂର୍ବ ରେକର୍ଡକୁ ଦେଖିଲେ ଟାଇଟନ୍ସର ପଲା ଭାରି ରହିବ । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ ଓ ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ଏପରିକି ଫାଇନାଲ୍‌ରେ ରୟାଲ୍ସ ହରାଇ ଟାଇଟନ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ଉଭୟ ଦଳ ଏହାରି ବିତରେ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ଟାଇଟନ୍ସ ୬ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ହାସଲ କରିଛି । ଅନ୍ୟ ପଟରେ ରୟାଲ୍ସ ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

Exit mobile version