Site icon ଆଜିକାଲି

ଆଇପିଏଲ-୨୦୨୩ : ଅପରାହ୍ନରେ ଆରସିବି-ଆରଆର ଓ ସଂଧ୍ୟାରେ କେକେଆର-ସିଏସକେ ମୁକାବିଲା

ବେଙ୍ଗାଲୁର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ସୁପର ସନଡେ’ରେ ସୁପର ଫାଇଟ୍ । ରବିବାର ଖେଳାଯିବ ଡବଲ୍‌ ହେଡର ମ୍ୟାଚ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚରେ ସଂଧ୍ୟାରେ ଖେଳାଯିବ । କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହେବେ ।

ଆଜି ମ୍ୟାଚ୍‌କୁ ନେଇ ୪ଟି ଟିମ୍ ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତ ସିଜନ୍‌ର ପରାଜୟକୁ ଭୁଲି ନଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜି ଘରୋଇ ସମର୍ଥକଙ୍କ ମଧ୍ୟରେ ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ । ସେପଟେ ଦ୍ବିତୀୟ ବିଜୟ ପାଇଁ ବ୍ୟାକୁଳ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ମଧ୍ୟରେ ମୋଟ୍‌ ୨୮ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୩ଟି ମ୍ୟାଚ୍‌ ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୩ଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ । ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ ।

ରୟାଲ୍ସ ସବୁ ବିଭାଗରେ ଶକ୍ତିଶାଳୀ ରହିଛି । ମାତ୍ର ରୟାଲ୍‌ ଚ୍ୟାଲେଞ୍ଜର୍ସର ବିଜୟ ଦୁଇ ଷ୍ଟାର୍‌ ବ୍ୟାଟର ଫାଫ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି । ଉଭୟ ଚମତ୍କାର ଫର୍ମରେ ରହିଛନ୍ତି । ଏହି ଦୁଇ ବ୍ୟାଟରକୁ ରୋକିବା ପାଇଁ ଆରଆର ସ୍ୱତନ୍ତ୍ର ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟ୍‌ରମାନଙ୍କୁ ସହାୟତା କରିବ । ଗତ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ମୋଟ୍‌ ୪୪୪ ରନ୍‌ ସଂଗୃହୀତ ହୋଇଥିଲା । ତେଣୁ ଆଜିର ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

ଦ୍ବିତୀୟ ମ୍ୟାଚ୍ କେକେଆର୍ ଓ ସିଏସକେ ମଧ୍ୟରେ ଖେଳାଯିବ । ନୀତିଶ ରାଣାଙ୍କ ନେତୃତ୍ବରେ ଘରୋଇ ଗ୍ରାଉଣ୍ଡରେ ଖେଳିବ ଦଳ । ଅଧିନାୟକ, ଭେଙ୍କେଟସ ଆୟାର ଓ ରିଙ୍କୁ ସିଂହ ଜବରଦସ୍ତ ଫର୍ମରେ ରହିଛନ୍ତି । ସେପଟେ ମାହିଙ୍କ ନେତୃତ୍ବଧୀନ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚକୁ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନକୁ ଉଠିବାକୁ ଚେଷ୍ଟା କରିବ । ପୂର୍ବ ମ୍ୟାଚରେ ବିଜୟ ଲାଭ କରି ଦଳର ମନୋବଳ ଦୃଢ ରହିଛି । ଅନ୍ୟପଟେ ପ୍ରତ୍ୟେକ ମ୍ୟାଚରେ ଧୋନିଙ୍କ ଫ୍ୟାନ୍ସ ବଢ଼ିବାରେ ଲାଗିଛି ।

Exit mobile version