Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ସନରାଇଜର୍ସ ହାଇଦ୍ରାବାଦ୍‌-ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା

ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ରେ ଆଜି ୨୫ ତମ ମ୍ୟାଚ୍‌ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡ଼ିଅମରେ ଖେଳାଯିବ ।

ତେବେ ଏବେ ଯାଏଁ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ପ୍ରଥମ ୨ଟି ମ୍ୟାଚ୍‌ରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହାପରେ ଉଭୟ ଦଳ ବିଜୟଧାରାକୁ ଫେରିଛନ୍ତି । ପଏଣ୍ଟ ଟେବୁଲରେ ମୁମ୍ବାଇ ଅଷ୍ଟମ ରହିଥିବା ବେଳେ ହାଇଦ୍ରାବାଦ୍‌ ନବମ ସ୍ଥାନରେ ରହିଛନ୍ତି । ଯାହାଫଳରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ । ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସନରାଇଜର୍ସ ସମ୍ଭାବ୍ୟ ଦଳ : ମୟଙ୍କ ମାର୍କଣ୍ଡେ, ହ୍ୟାରୀ ବ୍ରୁକ୍‌, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ(ଅଧିନାୟକ), ଅଭିଷେକ ଶର୍ମା, ହେନରିକ କ୍ଲାସେନ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ ।

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କାମେରନ ଗ୍ରୀନ, ନେହାଲ ୱଧେରା, ଟିମ ଡେଭିଡ୍‌, ହ୍ରିତିକ ସୋକିନ, ପିୟୂଷ ଚାୱଲା, ରିଲି ମେରେଡିଥ୍‌, ଡୁଆନ ଜାନସେନ/ ଜାସନ ବେହରନଡର୍ଫ ।

Exit mobile version