Site icon ଆଜିକାଲି

ଆଇପିଏଲ ୨୦୨୩ : ଆଜି ସୁପର ଜାଏଣ୍ଟ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ମୁକାବିଲା

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ଦ୍ୱିତୀୟ ମୁକାବିଲା ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର ଏବଂ ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଶନିବାରର ସନ୍ଧ୍ୟା ସାଢେ ୭ଟାରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯିବ ଏହି ମ୍ୟାଚ ।

ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ବିପକ୍ଷରେ ଶନିବାର ଅଭିଯାନ ଆରମ୍ଭ କରିବ। ଏଲ୍‌ଏସ୍‌ଜି ପ୍ରଥମ ଥର ପାଇଁ ନିଜ ଘରେ ଖେଳିବ। ଏଭଳି ସ୍ଥିତିରେ ଅଧିନାୟକ କେଏଲ୍‌ ରାହୁଲଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ଆହ୍ବାନ ଭରା ରହିବ। କାରଣ ସେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ତେଣୁ ନିଜକୁ ପ୍ରମାଣିତ କରିବାକୁ ହେଲେ ପ୍ରତିଟି ମ୍ୟାଚ୍‌ ରାହୁଲଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷରେ ପୂର୍ବ ପ୍ରଦର୍ଶନ ଓ ଲୋପ୍ରିୟତାକୁ ଦେଖିଲେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସଙ୍କ ଆଗରେ ଏମାନଙ୍କ ମଧ୍ୟରୁ କେହି ବି ଟ୍ରଫି ଜିତିବା ପାଇଁ ଦାବିଦାର ମନେ ହେଉନାହାନ୍ତି। କିନ୍ତୁ ଏହି ଫଟାଫଟ ଫର୍ମାଟ୍‌ ଖେଳରେ ସମୀକରଣ କେତେବେଳେ ବି ବଦଳିଯାଇପାରେ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ : ଡେଭିଡ୍‌ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ସ’, ମିଚେଲ୍‌ ମାର୍ସ, ମନୀଷ ପାଣ୍ଡେ, ରୋଭମାନ ପାୱେଲ, ରିଲି ରୁଷୋ, ସର୍ଫରାଜ ଖାନ୍‌, ଫିଲ୍ ସଲ୍‌ଟ, ଅଭିଷେକ ପୋରେଲ୍‌, ଅକ୍ଷର ପଟେଲ, କୁଲଦୀପ ଯାଦବ, ଲଳିତ ଯାଦବ, ରିପଲ ପଟେଲ, ଇଶାନ୍ତ ଶର୍ମା, ଚେତନ ସାକାରିଆ, ଖଲିଲ ଅହମଦ, ଅମନ ହାକିମ୍‌ ଖାନ୍‌, ପ୍ରବୀଣ ଦୁବେ, କମଳେଶ ନାଗରକୋଟି, ୟାଶ ଧୂଲ, ମୁକେଶ କୁମାର, ଭିକି ଓସ୍ତୱାଲ।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦଳ : କେଏଲ୍‌ ରାହୁଲ (ଅଧିନାୟକ), କାଇଲ୍‌ ମାୟର୍ସ, ଦୀପକ ହୁଦା, କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନିକୋଲାସ ପୂରନ, ନବୀନ ଉଲ୍‌ହକ୍‌, ଆୟୁଷ ବାଦୋନି, ଆୱେଶ ଖାନ୍‌, କରଣ ଶର୍ମା, ଯୁଦ୍ଧବୀର ଚରକ, ୟାଶ ଠାକୁର, ରୋମାରିଓ ସେଫର୍ଡ, ମାର୍କ ଉଡ୍‌, ସ୍ବପ୍ନିଲ୍‌ ସିଂହ, ମନନ ଭୋରା, ଡାନିଏଲ୍‌ ସାମ୍ସ, ପ୍ରେରକ ମଙ୍କଡ଼, କୃଷ୍ଣାପ୍ପା ଗୌତମ, ଜୟଦେବ ଉନାଦ୍‌କଟ୍‌, ମାର୍କସ ଷ୍ଟୋଇନିସ୍‌, ରବି ବିଷ୍ଣୋଇ, ମୟଙ୍କ ଯାଦବ।

Exit mobile version