Site icon ଆଜିକାଲି

ଆଇପିଏଲ ୨୦୨୩ : ଆଜି ପଞ୍ଜାବ-କୋଲକାତା ଦ୍ଵିତୀୟ ମୁକାବିଲା

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ଶନିବାର ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟ ସମୟରେ ମୋହାଲିରେ ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର ମଧ୍ୟରେ ଖେଳାଯିବ ।

ଆହତ ସମସ୍ୟା ଏବଂ କେତେକ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ଭିତରେ ଚଳିତ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ପଞ୍ଜାବ କିଙ୍ଗ୍ସ ଶନିବାର ମୋହାଲିରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଦୁଇ ଦଳ ବିଗତ ବର୍ଷମାନଙ୍କରେ ଟ୍ରଫି ହାସଲ ପାଇଁ ସଂଘର୍ଷ କରୁଛନ୍ତି। ଦଳ ଚୟନରେ ଅସ୍ଥିରତା ହୁଏତ ଉଭୟଙ୍କୁ ଏପରି ହିନସ୍ତା କରୁଛି। ଗତ ସଂସ୍କରଣରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଦୁଇ ଥରର ବିଜେତା କେକେଆର୍‌ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଚଳିତ ସଂସ୍କରଣରେ ଦୁଇ ନୂଆ ‌ଅଧିନାୟକ ଉଭୟ ଦଳର ନେତୃତ୍ବ ନେବେ। ଭେଟେରାନ୍‌ ଖେଳାଳି ଶିଖର ଧାୱନ ପଞ୍ଜାବର ନେତୃତ୍ବ ନେଉଥିଲା ବେଳେ ଘରୋଇ କ୍ରିକେଟ୍‌ର ହିରୋ ନୀତୀଶ ରାଣା ଆହତ ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନରେ କୋଲ୍‌କାତାର ମଙ୍ଗ ଧରିବେ।

ପଞ୍ଜାବ କିଙ୍ଗ୍ସ ଦଳ: ଶିଖର ଧାୱନ୍ (ଅଧିନାୟକ), ଅର୍ଶଦୀପ ସିଂହ, ବଲ୍‌ତେଜ ସିଂହ, ରାଜ ବାୱା, ରାହୁଲ ଚହର, ସାମ୍‌ କରନ, ରିଷି ଧାୱନ୍‌, ନାଥନ ଏଲିସ, ହର୍‌ପ୍ରୀତ୍‌ ବ୍ରାର, ହର୍‌ପ୍ରୀତ୍‌ ସିଂହ, ବିଦ୍ବତ୍‌ କାଭେରାପ୍ପା, ମୋହିତ ରଥୀ, ପ୍ରଭ୍‌ସିମ୍ରନ ସିଂହ, ଭାନୁକା ରାଜପକ୍ସ, ଏମ୍‌ ଶାହାରୁଖ ଖାନ୍‌, ଜିତେଶ ଶର୍ମା, ଶିଭମ ସିଂହ, ମାଥ୍ୟୁ ସର୍ଟ, ଶିକନ୍ଦର ରାଜା, ଅଥର୍ବ ତାଇଦେ।

କୋଲ୍‌କାତା ନାଇଟ୍‌ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ବୈଭବ ଆରୋ‌ରା, ଲୋକି ଫର୍ଗୁସନ, ହର୍ଷିତ୍‌ ରାଣା, ଭେଙ୍କଟେଶ ଆୟର, ଏନ୍‌ ଜଗଦୀଶାନ, କୁଲ୍‌ୱନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନ୍‌ଦୀପ ସିଂହ, ସୁନିଲ ନାରାୟଣ, ରହମନୁଲ୍ଲା ଗୁରବାଜ, ଅନୁକୂଳ ରୟ, ଆନ୍ଦ୍ରେ ରସେଲ, ସାକିବ ଅଲ୍‌ ହାସନ, ରିଙ୍କୁ ସିଂହ, ଟିମ୍‌ ସାଉଦି, ସୂୟାଶ ଶର୍ମା, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତୀ, ଡେଭିଡ ୱିଜି, ଉମେଶ ଯାଦବ।

Exit mobile version