Site icon ଆଜିକାଲି

ଆଇପିଏଲ୍‌-୨୦୨୪ : ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ, ୬ ୱିକେଟ୍‌ରେ ହାରିଲା ବେଙ୍ଗାଲୁରୁ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍‌ କରିଛନ୍ତି।

ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍‌ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ। ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ମୁସ୍ତାଫିଜୁର ରହମାନ୍‌ଙ୍କ ଦମଦାର ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିଲେ।

FacebookTwitterLinkedinWhatsapp
Exit mobile version