Site icon ଆଜିକାଲି

ଆଜିଠୁ ଆରମ୍ଭ ଆଇପିଏଲ-୨୦୨୪, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ସିଏସକେ-ଆରସିବି

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ଆଇପିଏଲ-୨୦୨୪ । ଶୁକ୍ରବାର ରାତି ୮ଟାରେ ଫଟାଫଟ କ୍ରିକେଟର ରୋମାଞ୍ଚ ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ । ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।

ଏହି ଷ୍ଟାଡିୟମର ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ଏହା ସହିତ ସ୍ଲୋ ବୋଲରଙ୍କ ପାଇଁ ଏହି ପିଚ୍ ଉପଯୋଗୀ ହୋଇଥାଏ । ପିଚରେ ବଲ୍ ଅଧିକ ଟର୍ଣ୍ଣ କରିଥାଏ । ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି । ତେବେ ଗତ କିଛି ମ୍ୟାଚରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି । ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି ।

Exit mobile version