Site icon ଆଜିକାଲି

ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌

କଟକ : ପ୍ରଥମ ଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍‌ରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ କ୍ରିକେଟ ବିଶାରଦମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ହେବ । ଯାହାକୁ ପରିଚାଳନା କରିବେ କଟକର ଝିଅ ଲୋରିଆ ମହାନ୍ତି ।

ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ସେଥିରେ ଆଙ୍କର ଭ‌ାବେ ନଜର ଆସିବେ ଲୋରିଆ। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍‌ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେବେ ଦର୍ଶକ। ଜିଓ ସିନେମା ଆପ୍‌ରେ ଆଇପିଏଲ୍‌ ସିଜିନ୍‌-୧୬କୁ ଦର୍ଶକମାନେ ଦେଖିପାରିବେ। ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ।

Exit mobile version