Site icon ଆଜିକାଲି

ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କଲା ଇରାନ

ତେହରାନ: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କରାଯାଇଛି। ଇରାନ ସେନା ପକ୍ଷରୁ ଜାରି ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟ ହୋଇ ନ ଥିବା କୁହାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବ ନିର୍ଦ୍ଧାରିତ ରୁଟ୍‌‌ରେ ହେଲିକପ୍ଟରଟି ଯାତ୍ରା କରିଥିଲା। ଯାତ୍ରା ସମୟରେ ହେଲିକପ୍ଟର ଏହାର ରୁଟ୍‌‌ରୁ ବାହାରକୁ ଯାଇ ନ ଥିଲା। ହେଲିକପ୍ଟରରେ ଥିବା କର୍ମଚାରୀ ଏବଂ ୱାଚଟାୱାର କର୍ମଚାରୀଙ୍କ ମଧ୍ୟରେ ବାର୍ତ୍ତାଳାପ। ଏହି କଥାବାର୍ତ୍ତାରେ କୌଣସି ପ୍ରକାର ସନ୍ଦିଗ୍ଧ ଆଲୋଚନା ହୋଇ ନ ଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାର ଦେଢ଼ ମିନିଟ ପୂର୍ବରୁ ପାଇଲଟ୍‌‌ ସେହିପରି ହେଲିକପ୍ଟରର ଭଗ୍ନାବଶେଷରୁ ବୁଲେଟ୍‌‌ ମିଳିନାହିଁ। ଦୁର୍ଘଟଣା ପୂର୍ବରୁ ପାଇଲଟ୍‌‌ ଅନ୍ୟ ଦୁଇଟି ହେଲିକପ୍ଟରର ପାଇଲଟ୍‌‌ଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ। ଏହି ୨ଟି ହେଲିକପ୍ଟର ରାଷ୍ଟ୍ରପତିଙ୍କ ଯାତ୍ରାରେ ସାମିଲ ହୋଇଥିଲା।

ହେଲିକପ୍ଟରଟି ପାହାଡ଼ରେ ମାଡ଼ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଉକ୍ତ ଅଞ୍ଚଳରେ କମ୍‌‌ ତାପମାତ୍ରା ଏବଂ କୁହୁଡ଼ି ଯୋଗୁ ହେଲିକପ୍ଟରଟି ପାହାଡ଼ରେ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି।

Exit mobile version