Site icon ଆଜିକାଲି

ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳରେ ବଡ ଧରଣର ଭୂକମ୍ପ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିବା ରେକର୍ଡ ହୋଇଛି। ଏହାଦ୍ୱାରା ବହୁ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି।

ଇରାନ ମିଡିଆ ରିପୋର୍ଟ ଅନୁସାରେ ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳରେ କିଛି ସ୍ଥାନରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି ।

ସେହିପରି ଖୋୟେ ବ୍ୟତୀତ ଆଖପାଖ ଅଞ୍ଚଳରେ କିଛି ସହରରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଖୋୟେ ସହରରେ ଥିବା କିଛି ବଡ଼ ବଡ଼ ଘର ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିହା ଅନୁମାନ କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Exit mobile version