Site icon ଆଜିକାଲି

‘ଚନ୍ଦ୍ରାୟନ-୩’ ପାଇଁ ଇସ୍ରୋର ପ୍ରସ୍ତୁତି, ଜୁଲାଇ ଦ୍ବିତୀୟ ସପ୍ତାହରେ ହେବ ଲଞ୍ଚ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏହାର ତୃତୀୟ ପର୍ଯ୍ୟାୟ ମୁନ୍ ମିଶନ ‘ଚନ୍ଦ୍ରାୟନ-୩’ ର ଲଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି | ଚନ୍ଦ୍ରୟାନ-୩ ଯାନକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଯୋଜନା ରହିଛି। ଦକ୍ଷିଣ ମେରୁର ଅବତରଣ ସ୍ଥଳରୁ ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ସହ ଚନ୍ଦ୍ରାୟନ-୩ର ଲଞ୍ଚ୍ ହେବ ।

ମହାକାଶ ବିଭାଗ ଅଧୀନରେ ଆସୁଥିବା ଇସ୍ରୋର ବାଙ୍ଗାଲୋର ସ୍ଥିତ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜୁଲାଇ ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ମିଶନ ଲଞ୍ଚ୍ ଧାର୍ଯ୍ୟ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚରେ ଚନ୍ଦ୍ରୟାନ-୩ ମହାକାଶ ଯାନର ଆବଶ୍ୟକୀୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିଲା। ଜଣେ ଇସ୍ରୋ ଅଧିକାରୀ କହିଛନ୍ତି, “ ଚନ୍ଦ୍ରାୟନ-୧ ଓ ୨ର ତୃତୀୟ ପର୍ଯ୍ୟାୟ ହେବ ଚନ୍ଦ୍ରାୟନ-୩ । ଚନ୍ଦ୍ରାୟନ-୩ରେ ଏକ ରୋଭର୍ ସହ ଏକ ଲ୍ୟାଣ୍ଡର ଓ ଅର୍ବିଟର ସାମିଲ ହେବ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଭାରି ରକେଟ୍ ଜିଏସ୍ଏଲଭି ଏମକେ୩ ଜରିଆରେ ଲଞ୍ଚ ହେବ ଚନ୍ଦ୍ରାୟନ-୩।

Exit mobile version