Site icon ଆଜିକାଲି

ମାସକ ମଧ୍ୟରେ ଇସ୍ରୋର ଦ୍ୱିତୀୟ ସଫଳ ମିଶନ୍, ମହାକାଶକୁ ପଠାଇଲା ସିଙ୍ଗାପୁରର ୭ଟି ସାଟେଲାଇଟ୍

ଶ୍ରୀହରିକୋଟା: ମହାକାଶ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୁଣି ଏକ ସଫଳତା । ଚନ୍ଦ୍ରଯାନ ପରେ ଇସ୍ରୋ ରବିବାର ଏକାସାଙ୍ଗରେ ସିଙ୍ଗାପୁରର ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପିଏସ୍ଏଲ୍-ସି୫୬ ରକେଟ୍ ସହ ଏହି ଉତକ୍ଷେପଣ କରାଯାଇଛି | ପିଏସ୍ଏଲ୍-ସି୫୬ ହେଉଛି ଇସ୍ରୋର କମର୍ସିଆଲ ବ୍ରାଞ୍ଚ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ର ମିଶନ୍ |

ସିଙ୍ଗାପୁରର ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଡିଏସ୍-ଏସ୍ଏଆର୍ ଏବଂ ଅନ୍ୟ ୬ଟି ସାଟେଲାଇଟ୍ ନେଇ ପିଏସ୍ଏଲ୍-ସି୫୬ ରକେଟ୍ ରବିବାର ସକାଳ ୬:୩୦ରେ ମହାକାଶ ଅଭିମୁଖେ ଯାତ୍ରା କରିଥିଲା | ମାସକ ମଧ୍ୟରେ ଇସ୍ରୋର ଏହା ଦ୍ବିତୀୟ ସଫଳତା । ଏହାପୂର୍ବରୁ ଜୁଲାଇ ୧୪ରେ ଇସ୍ରୋ ସଫଳତାର ସହ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଲଞ୍ଚ କରିଥିଲା ।

ଚଳିତ ବର୍ଷ ଇସ୍ରୋର ଏହା ହେଉଛି ତୃତୀୟ କମର୍ସିଆଲ ମିଶନ। ଇସ୍ରୋ ପୂର୍ବରୁ ମାର୍ଚ୍ଚରେ ଏଲଭିଏମ୍-୩ ରକେଟ୍ ଦ୍ବାରା ବ୍ରିଟେନର ୱାନ୍ ୱେଭ୍ ସହ ଜଡ଼ିତ ୩୬ଟି ସାଟେଲାଇଟ୍ ସଫଳତାର ସହ ଉତକ୍ଷେପଣ କରିଥିଲା | ଏହା ପରେ ଏପ୍ରିଲରେ ପିଏସ୍ଏଲଭି ରକେଟରୁ ସିଙ୍ଗାପୁରର ୨ଟି ସାଟେଲାଇଟ୍ ମହାକାଶକୁ ପଠାଇଥିଲା।

Exit mobile version