Site icon ଆଜିକାଲି

ଏଣିକି କାର୍ ପଛରେ ବସୁଥିବା ଲୋକଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କାର୍ ପଛରେ ବସୁଥିବା ଲୋକଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ । ସିଟ୍ ବେଲ୍ଟ ପିନ୍ଧିବା ନିୟମ ରହିଛି । କିନ୍ତୁ ଏବେ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି ସରକାର। କାର୍ ପଛ ସିଟ୍ ଯାତ୍ରୀମାନଙ୍କ ପାଇଁ ଶୀଘ୍ର ସିଟ୍ ବେଲ୍ଟ ଆଲର୍ଟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ | କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି।ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସରକାର କାର୍ ପଛରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ଆଲର୍ଟ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗଡକରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସାଇରସ୍ ମିସ୍ତ୍ରୀଙ୍କ ଦୁର୍ଘଟଣା ଯୋଗୁଁ ସରକାର ପଛରେ ବସୁଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ଆଲର୍ଟ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ପଛରେ ବସୁଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ନ ପିନ୍ଧନ୍ତି, ତେବେ ଏକ ଆଲର୍ଟ ବାଜିବ | ଯଦି ଡ୍ରାଇଭର ଏବଂ ଆଗ ସିଟରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ନ ପିନ୍ଧନ୍ତି , ତେବେ ଏଥିପାଇଁ ଜରିମାନା ବ୍ୟବସ୍ଥା ଅଛି | ଏବେ ପଛ ସିଟ୍ ଲୋକଙ୍କୁ ମଧ୍ୟ ସିଟ୍ ବେଲ୍ଟ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ। ସମସ୍ତ କାର୍ ପାଇଁ ଏହି ନିୟମ ଲାଗୁ ହେବ | ତିନି ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯିବ । କାରରେ ଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ଗଡକରୀ କହିଛନ୍ତି ।

Exit mobile version