Site icon ଆଜିକାଲି

ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ଅବଧି

ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ: ଠକ୍ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଜ୍ୟାକଲିନଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତ ଶୁଣାଣିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ନଭେମ୍ବର ୧୦ରେ ନିୟମିତ ଜାମିନ ଏବଂ ଅନ୍ୟ ବିଚାରାଧୀନ ଆବେଦନ ଶୁଣାଣି ହେବ। ଏହି ସମୟ ମଧ୍ୟରେ ସମସ୍ତ ପକ୍ଷଙ୍କୁ ଚାର୍ଜସିଟ୍ କପି ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଦଲିଲ ପ୍ରଦାନ କରିବାକୁ କୋର୍ଟ ଇଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version