Site icon ଆଜିକାଲି

ବିଜେପିକୁ ଫେରିଲେ ଜଗଦୀଶ ସେଟ୍ଟାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଫେରିଛନ୍ତି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ୬୮ ବର୍ଷୀୟ ସେଟ୍ଟାର ପୁଣି ବିଜେପିରେ ସାମିଲ ହୋଇଛନ୍ତି ।

ଗତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ଟିକେଟ୍ ନ ଦେବାରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ତାଙ୍କୁ ହୁବଲି-ଧରୱାଡରୁ ଟିକେଟ ଦେଇଥିଲା । କିନ୍ତୁ ସେଟ୍ଟାର ନିର୍ବାଚନରେ ହାରିଯାଇଥିଲେ ।

Exit mobile version