Site icon ଆଜିକାଲି

ଜମ୍ମୁ-କାଶ୍ମୀରରେ ଏନଆଇଏ ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଜି-୨୦ ବୈଠକ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଏନଆଇଏ ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଯାହାର ପରିଚୟ କୁପଓ୍ବାଡ଼ା ଜିଲ୍ଲାର ମହମ୍ମଦ ଉବେଦ ମଲିକ ଭାବରେ ଜଣାପଡ଼ିଛି। ତା ନିକଟରୁ ମିଳିଥିବା ଦସ୍ତାବିଜ୍‌ରୁ କୌଣସି ବଡ଼ ଷଡ଼ଯନ୍ତ୍ର କରିବାକୁ ଯାଉଥିଲା ବୋଲି କହିଛି ଏନଆଇଏ। ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଜୈଶ କମାଣ୍ଡରର ଲଗାତାର ସଂପର୍କରେ ଥିଲା। ଯାଞ୍ଚରେ ସାମ୍ନାକୁ ଆସିଛି ଯେ ଏହି ପାକିସ୍ତନାରେ ଥିବା କମାଣ୍ଡରକୁ ସୈନଞ ଏବଂ ସୁରକ୍ଷା ବଳକୁ ବିଷୟରେ ସୂଚନା ଯୋଗାଉଥିଲା।

Exit mobile version