Site icon ଆଜିକାଲି

ପଞ୍ଚମ ଟେଷ୍ଟରେ କମାଲ୍‌ କଲେ ଜଶସ୍ବୀ ଜୈସ୍‌ଓ୍ବାଲ୍‌ : ୪ ବଲ୍‌ରେ ମାରିଲେ ୩ ଛକ୍କା

ନୂଆଦିଲ୍ଲୀ : ଧର୍ମଶାଳାରେ ଖେଳାଯାଉଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । କୁଲଦୀପ-ଅଶ୍ଵିନଙ୍କ ଜଲଓ୍ଵା ପରେ ଗର୍ଜିଲାଙ୍କ ଓପନରଙ୍କ ବ୍ୟାଟ । ଶେଷ ମ୍ୟାଚ୍‌ରେ କମାଲ୍‌ କଲେ ଜଶସ୍ବୀ ଜୈସ୍‌ଓ୍ବାଲ୍‌ । ପ୍ରଥମରୁ ହିଁ ଇଂଲଣ୍ଡ ଟିମ୍‌ ପାଇଁ ହୋଇଛନ୍ତି ଘାତକ । ୪ ବଲ୍‌ରେ ମାରିଛନ୍ତି ୩ ଛକ୍କା ।

ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ଭଲ ଆରମ୍ଭ ହୋଇଥିଲା, କିନ୍ତୁ ଚାପରେ ପଡ଼ିବା ପରେ ଆଣ୍ଠେଇଥିଲା ଦଳ । ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୨୧୮ ରନ୍ କିରିଥିଲା । ଅନ୍ୟପକ୍ଷରେ ଯଶସ୍ୱୀ ଜୈଶ୍ବଓ୍ବାଲ୍‌ ଏବଂ ରୋହିତ ଶର୍ମା ଟିମ୍‌ ଇଣ୍ଡିଆ ପକ୍ଷରୁ ପଡିଆକୁ ଓହ୍ଲାଇଥିଲେ । କ୍ରିଜକୁ ଆସିବା ପରେ ଜୈସ୍‌ୱାଲ ଦେଖାଇଛନ୍ତି ଦମ୍‌ । ଯାହାକୁ ଦେଖିବା ପରେ ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ ।

ଓପନିଂ ବ୍ୟାଟ୍ସମ୍ୟାନ୍ ଜୈସ୍‌ୱାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆରମ୍ଭରୁ ରନ୍‌ କରିବା କଷ୍ଠକର ଥିଲା । ଜୈସ୍‌ୱାଲ ୨୭ ବଲରେ ମାତ୍ର ୬ ରନ୍ କରିଥିଲେ । କିନ୍ତୁ ନବମ ଓଭରରେ ବୋଲିଂ ପାଇଁ ଆସିଥିଲେ ଶୋଏବ ବଶୀର । ତାଙ୍କର ପ୍ରଥମ ୨ଟି ବଲ୍‌ ଡଟ୍‌ ହୋଇଥିଲା । ବଶୀରଙ୍କ ୩ୟ ବଲ୍‌ରେ ଲଙ୍ଗ୍-ଅଫ୍ ଆଡକୁ ବଢି ଲଗାଇଥିଲେ ଛକ୍କା । ତେବେ ୪ର୍ଥ ବଲ୍‌ ଡଟ୍‌ ହୋଇଥିବା ବେଳେ ପଞ୍ଚମ ବଲରେ ପୁଣି ଲଗାଇଥିଲେ ଛକ୍କା । ସେହିପରି ଓଭରର ୩ୟ ଛକ୍କା ପୁରା କ୍ଲାସିକ୍‌ ଅନ୍ଦାଜ୍‌ରେ ସିଧା ବ୍ୟାଟରେ ଲଗାଇଥିଲେ ଦମଦାର୍‌ ଛକ୍କା ।

ଜୈସ୍‌ୱାଲ ଏପର୍ଯ୍ୟନ୍ତ ଏହି ସିରିଜରେ ହାରାହାରି ୯୮ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ସେ ପୁରା ସିରିଜ୍‌ରେ ଗୋଟିଏ ଶତକ ଏବଂ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ତାଙ୍କ ବ୍ୟାଟ୍‌ରୁ ଦ୍ବିଶତକ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଆସିଥିଲା । ଯେଉଁଠାରେ ସେ ଆକ୍ରମଣାତ୍ମକ ଭାବେ ୭ଟି ଛକା ମାରି ୨୦୯ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଜୈସ୍‌ୱାଲ ପୁରା ସିରିଜରେ ୨୬ଟି ଛକା ମାରିଛନ୍ତି।

Exit mobile version