Site icon ଆଜିକାଲି

ଜାମ୍ମୁ-କାଶ୍ମୀର: ରଜୌରୀରେ ହିନ୍ଦୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ମୃତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ନୂଆବର୍ଷ ଦିନ (ରବିବାର) ଜମ୍ମୁ-କାଶ୍ମୀର ରଜୌରୀ ଜିଲ୍ଲାରେ ହିନ୍ଦୁ ପରିବାରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି ‌। ଏହି ଘଟଣାରେ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

ଜାମ୍ମୁ ଜୋନ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି ଯେ ରଜୌରୀ ସହରଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଅବସ୍ଥିତ ଅପର ଡାଙ୍ଗ୍ରି ଗ୍ରାମରେ ଦୁଇ ଜଣ ସଶସ୍ତ୍ର ବ୍ୟକ୍ତି ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

ସେ କହିଛନ୍ତି, “ପରସ୍ପରଠାରୁ ପ୍ରାୟ ୫୦ ମିଟର ଦୂରରେ ନିର୍ମିତ ତିନିଟି ଘରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ସେହିପରି ଏହି ଆକ୍ରମଣ ପରେ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

Exit mobile version