Site icon ଆଜିକାଲି

ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’, ୪ଦିନରେ ୨୫୨ କୋଟି କଲେକ୍ସନ

ମୁମ୍ବାଇ: ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ । କୁହାଯାଉଛି ବଲିଉଡର ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ଜୱାନ । ରେକର୍ଡ ବ୍ରେକର ସାବ୍ୟସ୍ତ ହେବ। ୱିକେଣ୍ଡ କଲେକ୍ସନରେ ରେକର୍ଡ କରିଛି ଫିଲ୍ମ । ୪ଦିନରେ କଲେକ୍ସନ କରିଛି ୨୫୨ କୋଟି । ୭ ସେପ୍ଟେମ୍ବରରେ ରିଲିଜ ହୋଇଛି ଫିଲ୍ମ । ଶନିବାର ଫିଲ୍ମ ୬୭ କୋଟି କଲେକ୍ସନ କରିଛି । ଯାହା ଦିନିକିଆ କଲେକ୍ସନରେ ରେକର୍ଡ ।

ତେବେ ରବିବାର ମଧ୍ୟ ଥମିନି ଫିଲ୍ମର କ୍ରେଜ। ଭାରତ ପାକିସ୍ତାନ ମ୍ୟାଚ ଥାଇ ମଧ୍ୟ ଦମଦାର କଲେକ୍ସନ କରିଛି ଫିଲ୍ମ । ୪ଦିନରେ ଫିଲ୍ମ କଲେକ୍ସନ କରିଛି ୨୫୨ କୋଟି । ସୋମବାର ସୁଦ୍ଧା ୩୦୦କୋଟି ପାର କରିବ ବୋଲି ଫିଲ୍ମ ସମୀକ୍ଷକ ଆକଳନ କରୁଛନ୍ତି ।

Exit mobile version