Site icon ଆଜିକାଲି

ଜୟବୀର ଶେର୍ଗିଲ ହେଲେ ବିଜେପି ଜାତୀୟ ମୁଖପାତ୍ର

ନୂଆଦିଲ୍ଲୀ : କଂଗ୍ରେସରୁ ଆସିଥିବା ନେତାମାନଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ ଦାୟିତ୍ବ ଦେଇଛି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜୟବୀର ଶେର୍ଗିଲଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛି । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖରଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇଛି। ଏହାଛଡ଼ା ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହଙ୍କୁ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି।

ଦଳ କହିଛି ଯେ ଉତ୍ତରାଖଣ୍ଡ ବିଜେପିର ପୂର୍ବତନ ସଭାପତି ମଦନ କୌଶିକ, ଦଳର ଛତିଶଗଡ ଶାଖାର ପୂର୍ବତନ ସଭାପତି ବିଷ୍ଣୁଦେବ ସାଏ ଏବଂ ପଞ୍ଜାବ ବିଜେପିର ପୂର୍ବତନ ସଭାପତି ମନୋରଂଜନ କାଳିଆଙ୍କୁ ଜାତୀୟ କାର୍ଯ୍ୟକାରିଣୀ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ କରାଯାଇଛି।

FacebookTwitterLinkedinWhatsapp
Exit mobile version