Site icon ଆଜିକାଲି

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶିତ, ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ଟପ୍ପର

ନୂଆଦିଲ୍ଲୀ : ଜେଇଇ ଆଡଭାନସଡ ଫଳ ପ୍ରକାଶ ପାଇଛି। ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ୩୬୦ରୁ ୩୪୧ ମାର୍କ ରଖି ଟପ୍ପର ହୋଇଛନ୍ତି। ହାଇଦ୍ରାବାଦ ଜୋନ୍ ର ହିଁ ନାୟକାନ୍ତି ନାଗା ଭବ୍ୟା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ସାମଗ୍ରିକ ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୫୬ ଓ ସେ ୨୯୮ ମାର୍କ ରଖିଛନ୍ତି ।

ଏ ବର୍ଷ ମୋଟ ୧୧୮୦୩୭୨ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପେପର -୧ ଓ ପେପର -୨ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୩୯୭୨୭ ଛାତ୍ର ଓ ୪୦୬୪୫ ଛାତ୍ରୀ ଥିଲେ । ଏ ବର୍ଷ ମୋଟ ୪୩ ହଜାର ୭୭୩ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।ଏ ବର୍ଷ ଅଧିକାଂଶ ପରୀକ୍ଷାର୍ଥୀ ହାଇଦ୍ରାବାଦ ଜୋନରୁ ଯୋଗ୍ୟତା ହାସଲ କରିଛନ୍ତି।

ଏମିତି ଚେକ୍ କରନ୍ତୁ ଜେଇଇ ଆଡ୍‌ଭାନ୍ସ ରେଜଲ୍ଟ :

jeeadv.ac.in ୱେବ୍‌ସାଇଟ୍‌କୁ ଯାଆନ୍ତୁ।
ରେଜଲ୍ଟ ସମ୍ପର୍କିତ ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
ଏହାପରେ ଲଗ୍‌ ଇନ୍ ଆଇଡି ଦେଇ ସବ୍‌ମିଟ କରନ୍ତୁ।
ଏହାପରେ ରେଜଲ୍ଟ ଖୋଲିଯିବ। ଏହାକୁ ଆପଣ ଡାଉନ୍‌ଲୋଡ୍ ଓ ପ୍ରିଣ୍ଟଆଉଟ୍ ବି କାଢ଼ିପାରିବେ।

Exit mobile version