Site icon ଆଜିକାଲି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି

ଅନ୍‌‌ଲାଇନ୍‌‌ରେ ଦାଖଲ କରିହେବ ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିମନ୍ତେ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୧୩ ତାରିଖରେ ୪୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

ନାମାଙ୍କନପତ୍ର ଦାଖଲ କରିବା ଲାଗି ଚଳିତ ଅକ୍ଟୋବର ମାସ ୨୫ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯାଇପାରିବ। ଆସନ୍ତା ୨୮ରେ ପ୍ରାର୍ଥୀପତ୍ର ଯାଞ୍ଚ୍‌‌ ଓ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ନଭେମ୍ବର ୨୦ ତାରିଖରେ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟର ଭୋଟ୍‌‌ ଗଣତି ୨୩ ତାରିଖରେ କରାଯିବ।

Exit mobile version