Site icon ଆଜିକାଲି

ଗୁପ୍ତଚରଗିରି ଅଭିଯୋଗରେ ସାମ୍ବାଦିକ ଓ ପୂର୍ବତନ ନୌସେନା କମାଣ୍ଡର ଗିରଫ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଅନ୍ୟ ଦେଶର ଗୁପ୍ତଚର ସଂସ୍ଥା ଗୁଡ଼ିକୁ ପ୍ରଘଟ କରିବା ଅଭିଯୋଗରେ ସିବିଆଇ ମୁକ୍ତବୃତ୍ତି ସାମ୍ବାଦିକ ବିବେକ ରଘୁବଂଶୀ ଏବଂ ପୂର୍ବତନ ନୌସେନା କମାଣ୍ଡର ଆଶିଷ ପାଠକଙ୍କୁ ଗିରଫ କରିଛି।

ବିବେକ ରଘୁବଂଶୀ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ସହ ଜଡ଼ିତ ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ବିଦେଶୀ ଗୁପ୍ତଚର ଏଜେନ୍ସି ମାନଙ୍କୁ ଦେଉଥିଲେ ।

ଏହି ମାମଲାରେ ମଙ୍ଗଳବାର ସିବିଆଇ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଜୟପୁରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା ।

ଦିଲ୍ଲୀ ପୋଲିସ ପ୍ରଥମେ ରଘୁବଂଶୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା । ଏହା ପରେ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ସିବିଆଇ ଗୋପନୀୟତା ଆଇନ ଅନୁଯାୟୀ ରଘୁବଂଶୀ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଲାସି ଏବଂ ପ୍ରମାଣ ସଂଗ୍ରହ ପରେ ରଘୁବଂଶୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହକର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।

FacebookTwitterLinkedinWhatsapp
Exit mobile version