Site icon ଆଜିକାଲି

ଭାରତ ବିପକ୍ଷ ତୃତୀୟ ଟି-୨୦ରୁ ବାଦ ପଡ଼ିଲେ କେନ୍ ଓ୍ବିଲିୟମସନ୍

ନୂଆଦିଲ୍ଲୀ : ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍‌କା । ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଦଳରୁ ବାଦ ପଡ଼ିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ୍ । କିଛି ନିଜସ୍ବ ସମସ୍ୟା ପାଇଁ ସେ ଟିମ୍ ସ୍କାର୍ଡରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଟିମ୍ ସାଉଦୀ ଅଧିନାୟକ ଭାର ସମ୍ଭାଳିବେ ।

ମଙ୍ଗଳବାର ମାକ୍‌ଲେନ୍ ପାର୍କରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯିବ । ହେଲେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟକା ଲାଗିଛି । ମ୍ୟାଚ୍ ପୂର୍ବରୁ ଦଳରୁ ବାଦ ପଡ଼ିଛନ୍ତି ଅଧିନାୟକ କେନ୍ ଓ୍ବିଲିୟମସନ୍ । ନିଜସ୍ବ ସମସ୍ୟା ପାଇଁ ସେ ତୃତୀୟ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳର ସିନିୟର ପ୍ଲେୟାର ତଥା ଦ୍ରୁତ ବୋଲର ଟିମ୍ ସାଉଦୀ ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ଅନ୍ୟପଟେ ବିସ୍ଫୋରକ ବ୍ୟାଟର ମାର୍କ ଚେମ୍ପ୍ ମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି ।

Exit mobile version