Site icon ଆଜିକାଲି

୨୦ ମାସ ପରେ ଟ୍ଵିଟ୍‌ରକୁ ଫେରିଲେ କଙ୍ଗନା ରଣାୱତ୍

ମୁମ୍ଵାଇ : ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟରକୁ ଫେରିଲେ ବଲିଉଡ୍‌ର କଣ୍ଟ୍ରୋଭର୍ସି କ୍ଵିନ୍‌ କଙ୍ଗନା ରଣାୱତ । ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ ରଖାଯାଇଥିଲା।

ଗତ ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଗତ ୨୪ ତାରିଖରେ ଏହାକୁ ପୁଣି ଥରେ ଆକ୍ଟିଭ୍ କରାଯାଇଛି। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଏକ ଟ୍ବିଟ କରିଛନ୍ତି। ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି କଙ୍ଗନା। ଅଭିନେତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ “ଏବଂ ଏହା ଶେଷ ହୋଇଛି !!! ‘ଏମର‌ଜେନ୍ସି’ର ସୁଟିଂ ସଫଳତାର ସହିତ ସମାପ୍ତ ହୋଇଛି। ୨୦ ଅକ୍ଟୋବର ୨୦୨୩ରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖା ହେବ। ଏହି କ୍ୟାପସନ ସହ ଫିଲ୍ମ ନିର୍ମାଣ ସମୟର କିଛି ଭିଡିଓ ରହିଛି।

Exit mobile version