Site icon ଆଜିକାଲି

ମଣ୍ଡିରୁ ବିଜୟୀ ହାସଲ କଲେ କଙ୍ଗନା ରାଣାୱତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତ ବିଜୟୀ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି।ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଆଗରେ ରହିଥିଲେ କଙ୍ଗନା ରଣାୱତ୍ । ଭୋଟ ଗଣତି ଶେଷ ପରେ ଫଳାଫଳ ଆସିଯାଇଛି । ଯେଉଁଥିରେ କଙ୍ଗନା ରାଣାୱତ ବିଜୟୀ ହାସଲ କରିଛନ୍ତି । କଙ୍ଗନାଙ୍କ ବିଜୟକୁ ନେଇ ରାଜନୈତିକ ମହଲରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ହିମାଞ୍ଚଳ ପ୍ରଦେଶର ମଣ୍ଡି ଆସନରୁ କଙ୍ଗନା ରାଣାୱତଙ୍କ ପ୍ରତିଦ୍ବନ୍ଦିରେ ଲଢେଇ କରୁଥିଲେ କଂଗ୍ରେସର ନେତା ବିକ୍ରମଦିତ୍ୟ ସିଂ । ଶେଷରେ କଙ୍ଗନା କଂଗ୍ରେସର ନେତା ବିକ୍ରମଦିତ୍ୟ ସିଂ ହରାଇ ବିଜୟୀ ହୋଇଛନ୍ତି । ତେବେ କଙ୍ଗନା ରାଣାୱତ ୭୧ ହଜାର ଭୋଟ ସହିତ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେ ଆଉ ବଲିଉଡ୍‌ରେ କାମ କରିବେ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି।

Exit mobile version