Site icon ଆଜିକାଲି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା : ମେ ୧୦ରେ ଭୋଟ୍‌ ଗ୍ରହଣ, ୧୩ରେ ଆସିବ ରେଜଲ୍ଟ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଆଜି ନିର୍ବାଚନ ଆୟୋଗ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ ଗଣିତ ସହ ଫଲାଫଳ ଆସିବ।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୨୪ରେ ଶେଷ ହେବାକୁ ଯାଉଛି। ୨୦୧୮ ବିଧାନସଭା ନିର୍ବାଚନରେ ​​ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ଜିତିଥିଲା । କଂଗ୍ରେସକୁ ୮୦ଟି ସିଟ୍ ମିଳିଥିବା ବେଳେ ଜେଡିଏସ୍ ୩୭ଟି ସିଟ୍ ଜିତିଥିଲା ।

୨୦୧୮ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନଥିଲା । କିନ୍ତୁ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ ବିଜେପି ସରକାର ଗଢ଼ିବା‌‌ ପାଇଁ ଦାବି କରିଥିଲା । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ବହୁମତ ପ୍ରମାଣ କରିବାରେ ବିଫଳ ହୋଇଥିବାରୁ ଦିନକ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହାପରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ୍ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସ-ଜେଡିଏସର ସରକାର ପ୍ରାୟ ୧୪ ମାସ ପରେ ଭାଙ୍ଗିଯାଇଥିଲା । ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ‌ ପୁଣି ବିଜେପି ସରକାର ଗଢିଥିଲା । ତେବେ ୨୦୨୧ରେ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇଥିଲା । ୟେଦୁରପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା ।

Exit mobile version