Site icon ଆଜିକାଲି

କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ: ୮୬୫ଟି ଗ୍ରାମର ମିଶ୍ରଣ ନେଇ ମହାରାଷ୍ଟ୍ର ବିଧାନସଭାରେ ପ୍ରସ୍ତାବ ପାରିତ

ମୁମ୍ବାଇ: କର୍ଣ୍ଣାଟକ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ୮୬୫ଟି ଗ୍ରାମ ସହ ଜଡ଼ିତ ଏକ ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ପାରିତ ହୋଇଛି । କର୍ଣ୍ଣାଟକର ୮୬୫ଟି ଗ୍ରାମକୁ ମହାରାଷ୍ଟ୍ରରେ ମିଶ୍ରଣ କରିବା ପାଇଁ ସବୁ ଆଇନଗତ ବିକଳ୍ପର ସହାୟତା ନିଆଯିବ ବୋଲି ପ୍ରସ୍ତାବରେ କୁହାଯାଇଛି । ପ୍ରସ୍ତାବରେ କର୍ଣ୍ଣାଟକ ସରକାରଙ୍କ ମରାଠୀ ବିରୋଧୀ ମାନସିକତାକୁ ବିରୋଧ କରାଯାଇଛି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହି ମାମଲାରେ ଆମେ ସୁପ୍ରିମକୋର୍ଟରେ ଲଢ଼ିବୁ। ଏହାଛଡ଼ା ଏହି ଅଞ୍ଚଳ ଗୁଡ଼ିକରେ ମରାଠୀ ଲୋକମାନଙ୍କୁ ମହାରାଷ୍ଟ୍ରର ନାଗରିକ ଭାବେ ବିବେଚନା କରାଯିବ ଓ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଗତ କିଛି ଦିନ ଧରି ସୀମା ବିବାଦକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏପରିକି ଡିସେମ୍ବର ପ୍ରଥମ ସପ୍ତାହରେ କର୍ଣ୍ଣାଟକ ସୀମାରେ ହିଂସା ମଧ୍ୟ ହୋଇଥିଲା। ମହାରାଷ୍ଟ୍ରର ଟ୍ରକ୍ ଗୁଡ଼ିକ ଉପରେ ପଥରମାଡ଼ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଉଭୟ ରାଜ୍ୟର ପ୍ରତିନିଧୀଙ୍କୁ ଭେଟିବା ପରେ ସମସ୍ୟାର ସମାଧାନ ସାମ୍ବିଧାନିକ ଉପାୟରେ କରାଯିବ ‌କହିଥିଲେ ।

Exit mobile version