Site icon ଆଜିକାଲି

ଏପ୍ରିଲ ୨୫ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କେଦାରନାଥ ଧାମ

ନୂଆଦିଲ୍ଲୀ : ଶିବ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ ମାସ ୨୫ରୁ ଖୋଲିବ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ । ସକାଳ ୬ଟା ୨୦ରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ କେଦାରନାଥ ମନ୍ଦିରର କବାଟ ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ ।

ବାବା କେଦାରଙ୍କ ଡୋଲି ସର୍ବପ୍ରଥମେ ଏପ୍ରିଲ ୨୪ ତାରିଖରେ ସେଠାରେ ପହଞ୍ଚିବ । ଏହା ଓମକାରେଶ୍ୱର ମନ୍ଦିର, ଉଖୀମଠ ଦେଇ କେଦାରନାଥରେ ପହଞ୍ଚିବା ପରେ ବିଧି ମୁତାବକ ଧାର୍ମିକ କାମ ଆରମ୍ଭ ହେବ । ତେବେ ସମସ୍ତ ଧାର୍ମିକ କାମ ଶେଷ ହେବା ପରେ ସକାଳ ୬ଟା ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲାଯିବ । ସୂଚନା ଯେ, ଶୀତ କାରଣରୁ କେଦାରନାଥ ଯାତ୍ରା ବର୍ତ୍ତମାନ ବନ୍ଦ ଅଛି ।

Exit mobile version