Site icon ଆଜିକାଲି

୧୭କୁ ଘୁଞ୍ଚିଲା କେଜ୍ରିଓ୍ବାଲଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରେ ନିରାଶ ହେବାକୁ ପଡିଛି। ଜାମିନ ପାଇବାକୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ମଙ୍ଗଳବାର ତାହାର ଶୁଣାଣି ହୋଇଯାଇଛି। ତେବେ ହାଇକୋର୍ଟ ଏହି ପ୍ରସଙ୍ଗରେ ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭କୁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଅବକାରୀ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଳିତବର୍ଷ ମାର୍ଚ୍ଚ ୨୫ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ସୁପ୍ରିମକୋର୍ଟ ମେ’ ୧୦ରୁ ଜୁନ ୧ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତେବେ ଏହି ଅନିୟମିତତା ମାମଲାରେ ସିବିଆଇ ଜୁନ ୨୬ରେ କେଜରିୱାଲଙ୍କୁ ଗିରଫ କରିଥିଲା।

Exit mobile version