Site icon ଆଜିକାଲି

କେରଳ କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା: ୪ ମୃତ, ମୃ୍ତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ: କେରଳର କୋଚିରେ ବଡ଼ ଧରଣର ଅଘଟଣ ଘଟିଛି। ଶନିବାର ସନ୍ଧ୍ୟାରେ କୋଚି ବିଶ୍ୱବିଦ୍ୟାଳୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ସଂଗୀତ ଉତ୍ସବରେ ଭୟଙ୍କର ଦଳାଚକଟା ହୋଇଥିଲା। ​​ଯେଉଁଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ପିଲାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଥିବା ନେଇ ସୂଚନା ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ସୂଚନା ଅନୁସାରେ ନିକିତା ଗାନ୍ଧୀଙ୍କ ଲାଇଭ୍ କନସର୍ଟ ବେଳେ ଛାତ୍ରଛାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏତିକି ବେଳେ ପ୍ରବଳ ବର୍ଷା ହେବାରୁ ଛାତ୍ରଛାତ୍ରୀମାନେ ଏଣେତେଣେ ଦୌଡିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୬୦ରୁ ଅଧିକ ଛାତ୍ର ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି, ଏହା ବ୍ୟତୀତ କିଛି ଆହତ ଛାତ୍ରଛାତ୍ରୀଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଉଛି। ଘଟଣାସ୍ଥଳକୁ ଉଚ୍ଚପଦସ୍ଥ ଅଧିକାରୀ ଓ ଆମ୍ବୁଲାନ୍ସ ପହଂଚିଥିଲା । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନିର୍ଦ୍ଦେଶରେ ଦୁଇ ଜଣ ମନ୍ତ୍ରୀଙ୍କ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version