Site icon ଆଜିକାଲି

ଏନସିଇଆରଟି ବାଦ୍ ଦେଇଥିବା ବିଷୟ କେରଳର ସ୍କୁଲ୍ ଗୁଡ଼ିକରେ ପଢ଼ାଯିବ

ଥିରୁବନନ୍ତପୁରମ: ଏନସିଇଆରଟି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ଯେଉଁ ବିଷୟ ଗୁଡ଼ିକୁ ବାଦ୍ ଦିଆଯାଇଛି ତାହା କେରଳର ସ୍କୁଲ ଗୁଡ଼ିକରେ ପଢ଼ାଯିବ । କେରଳ ଷ୍ଟେଟ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏସସିଇଆରଟି) ଏହି ନିଷ୍ପତ୍ତି ନେଇଛି ।

ଏସସିଇଆରଟି କହିଛି ଯେ ଇତିହାସର ଯେଉଁ ବିଷୟ ଗୁଡ଼ିକୁ ଅପସାରଣ କରାଯାଇଛି ସେଗୁୁଡ଼ିକ କେରଳ ସ୍କୁଲ ଗୁଡ଼ିକରେ ପଢ଼ାଯିବା ଉଚିତ । ଏସସିଇଆରଟି ଏନେଇ କେରଳ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ଏଥିପାଇଁ ସପ୍ଲିମେଣ୍ଟାରୀ ପାଠ୍ୟପୁସ୍ତକ ଛାପିବା ପାଇଁ ମଧ୍ୟ ଏସସିଇଆରଟି ସୁପାରିସ କରିଛି। ସୂତ୍ରରୁ ପ୍ରକାଶ ଯେ କମିଟି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଶିକ୍ଷା ମନ୍ତ୍ରୀଙ୍କ ଉପରେ ଛାଡ଼ିଛି ।

Exit mobile version