Site icon ଆଜିକାଲି

ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ ସମର୍ଥକ, କାନ୍ଥରେ ଲେଖିଲେ ଭାରତ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆ ସ୍ଥିତ ନେଓ୍ବାର୍କରେ ଖଲିସ୍ତାନ ସମର୍ଥକମାନେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରିଛନ୍ତି । ସେମାନେ ମନ୍ଦିରରେ ଭଙ୍ଗାରୁଜା କରିବା ସହ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି।

ସୂଚନା ମୁତାବକ, ଖାଲିସ୍ତାନ ସମର୍ଥକଙ୍କ ଟାର୍ଗେଟ ବନିଥିବା ମନ୍ଦିର ୱାଶିଂଟନ୍ ଡିସିଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ | ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ତରଫରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ମନ୍ଦିର କାନ୍ଥରେ ଖଲିସ୍ତାନୀ ସ୍ଲୋଗାନ ଓ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି। ହିନ୍ଦୁ-ଆମେରିକୀୟ ପ୍ରତିଷ୍ଠାନ ଏହି ଘୃଣ୍ୟ ଘଟଣାର ତଦନ୍ତ କରିବାକୁ ଦାବି କରିଛି।

ସୂଚନାଯୋଗ୍ୟ, ଉତ୍ତର ଆମେରିକା ଏବଂ କାନାଡାରେ ସକ୍ରିୟ ଥିବା କିଛି ଖଲିସ୍ତାନ ସମର୍ଥକ ସଂଗଠନ ହିନ୍ଦୁ ମନ୍ଦିରକୁ କ୍ରମାଗତ ଟାର୍ଗେଟ୍ କରିଆସୁଛନ୍ତି। କାନାଡାର ବ୍ରିଟିଶ କଲମ୍ବିଆରେ ସ୍ବାମୀ ନାରାୟଣ ମନ୍ଦିରକୁ ଚଳିତ ବର୍ଷ ଅଗଷ୍ଟରେ ଟାର୍ଗେଟ କରାଯାଇଥିଲା। ମନ୍ଦିରର ଫାଟକରେ ଖଲିସ୍ତାନ ଜନମତ ସଂଗ୍ରହ ପୋଷ୍ଟର ଲଗାଇ ଦିଆଯାଇଥିଲା। ଏଥିରେ ଶୁକ୍ରବାରକୁ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

Exit mobile version