Site icon ଆଜିକାଲି

ବ୍ରିଟେନ ରାଜା ଓ ରାଣୀଙ୍କ ଉପରକୁ ଅଣ୍ଡାମାଡ, ଯୁବକ ଅଟକ

ନୂଆଦିଲ୍ଲୀ : ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଅଣ୍ଡା ମାଡ । ମୋଟ୍ ୩ଟି ଅଣ୍ଡା ରାଜାଙ୍କ ଉପରକୁ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ବ୍ରିଟେନ ପୋଲିସ ।

ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ତାଙ୍କ ପୁଅ ତଥା ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ୭୩ ବର୍ଷୀୟ ଚାର୍ଲସ ଓ ତାଙ୍କ ପତ୍ନୀ ୭୫ ବର୍ଷୀୟ କାମିଲା ୟର୍କ ସହରରେ ପହଞ୍ଚିଥିଲେ । କାର ଭିତରୁ ବାହାରି ଲୋକଙ୍କୁ ଭେଟୁଥିବା ବେଳେ ଯୁବକ ଜଣଙ୍କ ଗୋଟିଏ ପରେ ଗୋଟିଏ ମୋଟ୍ ୩ଟି ଅଣ୍ଡା ଫିଙ୍ଗିଥିଲା । କିନ୍ତୁ ରାଜା ଏହାକୁ ନଦେଖିଲା ପରି ହାବଭାବ ଦେଖାଇଥିଲେ । ତେବେ କେଉଁ କାରଣ ପାଇଁ ଚାର୍ଲଙ୍କୁ ଅଟକ ଥିବା ବ୍ୟକ୍ତି ଅଣ୍ଡା ମାଡ କରିଥିଲେ ତାହା ଜଣାପଡିନି ।

Exit mobile version