Site icon ଆଜିକାଲି

ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲ୍ସ


ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ନବନିର୍ବାଚିତ କଞ୍ଜର୍ଭେଟିଭ୍ ପାର୍ଟି ନେତା ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେହିପରି ଆଜି ଲିଜ ଟ୍ରସ ମଧ୍ୟ ରାଜା ଚାର୍ଲସ ତୃତୀୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ। ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ।

ବକିଂହାମ ପ୍ୟାଲେସ୍‌ର ରୁମ୍ ନମ୍ବର ୧୮୪୪ ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜା ଚାର୍ଲ୍ସ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣ ପରେ ଋଷି ସୁନାକ ଔପଚାରିକ ଭାବେ ବ୍ରିଟେନର ୫୭ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ହେବାରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତି। ୪୨ ବର୍ଷୀୟ ଋଷି ସୁନାକ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଏହାଛଡା ସେ ଗତ ୨୦୦ ବର୍ଷରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

Exit mobile version