Site icon ଆଜିକାଲି

କିରେନ ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟରେ ଅଚାନକ ଏକ ବଡ଼ ଅଦଳବଦଳ କରିଛନ୍ତି । କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇ ଦିଆଯାଇଛି । ରିଜିଜୁଙ୍କ ସ୍ଥାନରେ ଏବେ ଅର୍ଜୁନ ରାମ ମେଘୱାଲ ଆଇନ ମନ୍ତ୍ରୀ ହେବେ। ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଆଇନ ମନ୍ତ୍ରୀ ଭାବେ ମେଘୱାଲଙ୍କୁ ସ୍ବାଧୀନ ଦାୟିତ୍ବ ଦିଆଯାଇଥିବା କୁହାଯାଇଛି। ରିଜିଜୁଙ୍କୁ ଭୂବିଜ୍ଞାନ ଭଳି କମ୍ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି । ରିଜୁଙ୍କୁ ୨୦୨୧ରେ ଆଇନ ମନ୍ତ୍ରୀ ହୋଇଥିଲେ ।

ନ୍ୟାୟପାଳିକା ତଥା ବିଚାରପତିଙ୍କ ବିରୋଧରେ ଲଗାତାର ମନ୍ତବ୍ୟ ପାଇଁ ରିଜିଜୁ ଚର୍ଚ୍ଚାରେ ରହିଥିଲେ । ଏପରିକି ସେ କଲେଜିୟମ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଦେଶରେ କେହି କାହାକୁ ଚେତାବନୀ ଦେଇ ପାରିବେ ନାହିଁ ବୋଲି କହିଥିଲେ । ଅବସରପ୍ରାପ୍ତ ବିଚାରପତିଙ୍କ ଉପରେ ରିଜିଜୁଙ୍କ ଏକ ବୟାନ ମଧ୍ୟ ବିବାଦ ସୃଷ୍ଟି କରିଥିଲା । କିଛି ଅବସରପ୍ରାପ୍ତ ବିଚାରପତି ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ମନ୍ତବ୍ୟ ପାଇଁ ତାଙ୍କୁ ଆଇନ ବିଶେଷଜ୍ଞ ଓ ଅବସରପ୍ରାପ୍ତ ବିଚାରପତିମାନେ ସମାଲୋଚନା କରିଥିଲେ ।

Exit mobile version