Site icon ଆଜିକାଲି

ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସକୁ ୪ ରନରେ ହରାଇଲା କେକେଆର୍

କୋଲକାତା: ଆଇପିଏଲ୍ ୨୦୨୪ର ହାଇସ୍କୋରିଂ ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି।

ଶନିବାର ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ କେକେଆର ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଏହାର ଜବାବରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ଵାଧୀନ ସନରାଇଜର୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଓଭରରେ ହେନରିକ କ୍ଲାସେନ୍ ଝଡ଼ ଅଟକାଇ କୋଲକାତା ନାଇଟ୍ ରାଇଡର୍ସକୁ ରୋମାଞ୍ଚକର ବିଜୟ ଦେଇଥିଲେ । କୋଲକାତା ନାଇଟ୍ ରାଇଡର୍ସ ଏହି ବିଜୟ ସହିତ ଟୁର୍ଣ୍ଣାମେଣ୍ଟରେ ନିଜ ଅଭିଯାନ ଆରମ୍ଭ କରିଛି । ଦଳ ମାର୍ଚ୍ଚ ୨୯ରେ ବେଙ୍ଗାଲୁରୁରେ ପରବର୍ତ୍ତୀ ମ୍ୟାଚରେ ଆରସିବି ସହ ମୁହାଁମୁହିଁ ହେବ।

କେକେଆର୍ ପକ୍ଷରୁ ଅଣ୍ଡ୍ରେ ରସେଲ୍ ଧୂଆଁଧାର ୬୪ ରନର ଇନିଂସ୍ ଖେଳିଥିଲେ । ସେ ମାତ୍ର ୨୫ ବଲରେ ୭ଟି ଛକା ଏବଂ ୩ ଚୌକା ସହାୟତାରେ ଏହି ତୋଫାନୀ ପାଳି ଖେଳିଥିଲେ । ଓପନର୍ ବ୍ୟାଟ୍ସମ୍ୟାନ୍ ଫିଲିପ୍ ସଲ୍ଟ ୫୪ ରନ୍ ସଂଗ୍ରହ କରିଥିଲେ। ରମଣଦୀପ ସିଂ ୩୫ ରନ୍ କରିଥିଲେ।

Exit mobile version