Site icon ଆଜିକାଲି

ଚିକିତ୍ସା ପାଇଁ ଲଣ୍ଡନ ଗଲେ କେଏଲ ରାହୁଲ, ଧର୍ମଶାଳା ଟେଷ୍ଟରୁ ପଡିପାରନ୍ତି ବାଦ୍‌

ନୂଆଦିଲ୍ଲୀ : ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ସିରିଜ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ବାକି ରହିଛି । ଶେଷ ମ୍ୟାଚ୍‌ ଧର୍ମଶାଳାରେ ହେବ । ଏହି ମ୍ୟାଚରୁ ଭାରତୀୟ ଟିମର ଷ୍ଟାର ବ୍ୟାଟର କେଏଲ ରାହୁଲ ମଧ୍ୟ ବାଦ୍‌ ପଡିପାରନ୍ତି । ରିପୋର୍ଟ ମୁତାବକ, କେଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି ।

ରାହୁଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିଥିଲେ । ଏହାପରେ ୩ଟି ମ୍ୟାଚ ଖେଳିପାରିନଥିଲେ । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି କେଏଲ ରାହୁଲ । କେଏଲ ରାହୁଲ ହାଇଦ୍ରାବାଦ ଟେଷ୍ଟରେ ଖେଳିଥିଲେ, ଏହାପରେ ଟିମରୁ ବାଦ୍‌ ପଡିଥିଲେ । ଡାହାଣ ଗୋଡ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ରାଜକୋଟ ଟେଷ୍ଟରୁ ବାଦ୍‌ ପଡିଥିଲେ । ଏହାପରେ ଟିମରୁ ବାଦ୍‌ ପଡିଛନ୍ତି ରାହୁଲ । ତେବେ ଖବର ମୁତାବକ, ଚିକିତ୍ସା ପାଇଁ ରାହୁଲ ଲଣ୍ଡନ ଯାଇଛନ୍ତି ।

ବିସିସିଆଇ ଚୟନକର୍ତ୍ତା କମିଟି ରାହୁଲଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । ରାହୁଲ ଧର୍ମଶାଳା ଟେଷ୍ଟରେ ଖେଳିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଟିମ୍‌ ୩-୧ରେ ସିରିଜ ଜିତିସାରିଛି । ତେଣୁ ରୋହିତ ବାହିନୀ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ ବୋଲି ଆକଳନ କରାଯାଉଛି ।

Exit mobile version