Site icon ଆଜିକାଲି

୨୦୨୩ କ୍ୟାଲେଣ୍ଡରରେ ୨୦୦୦ରୁ ଅଧିକ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ କଲେ କୋହଲି

ସେଂଚୁରିଆନ : ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଦ୍ୱିତୀୟ ଇନିଂସରେ ୭୬ ରନର ଇନିଂସ ଖେଳିବା ସହ ୨୦୨୩ କ୍ୟାଲେଣ୍ଡରରେ ୨୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥିସହ ସେ ପ୍ରଥମ ଖେଳାଳି ଭାବେ ୭ ଥର ୨୦୦୦ରୁ ଅଧିକ ରନ କରି ବିଶ୍ୱ ରେକର୍ଡ କରିଛନ୍ତି । ତାଙ୍କ ପଛକୁ କୁମାର ସଙ୍ଗକାରା (୬), ମାହେଲା ଜୟବର୍ଦ୍ଧନେ (୫), ସଚିନ ତେନ୍ଦୁଲକର (୫) ଓ ଜ୍ୟାକ୍ସ କାଲିସ ୪ଥର ଏହି ସଫଳତା ହାସଲ କରିଛନ୍ତି । କୋହଲି ୨୦୧୨, ୨୦୧୪, ୨୦୧୬, ୨୦୧୭, ୨୦୧୮, ୨୦୧୯ ଓ ୨୦୨୩ରେ ଏହି ଉପଲବ୍ଧି ହାସଲ କରିଛନ୍ତି ।

କୋହଲିଙ୍କ ନାମରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ରହିଛି । ସେ ୨୦୧୭ରେ ୨୮୧୮ ରନ କରିଥିଲେ । ଏଥିରେ ୧୧ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ । ତେବେ କୋହଲି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ୨୧୭୭ ରନ ସଂଗ୍ରହ କରିଛନ୍ତି । ଭାରତ ପରାଜୟବରଣ କରିଥିବା ମୁକାବିଲାରେ ସେ ୬୬୯ ରନ ସଂଗ୍ରହ କରିଛନ୍ତି । ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ପରାଜିତ ହୋଇଛି ।

Exit mobile version