Site icon ଆଜିକାଲି

ଟି-୨୦ ଫର୍ମାଟରେ ୧୦୦ତମ ମ୍ୟାଚ୍‌ ଖେଳିବେ କୋହଲି

ଦୁବାଇ : ଏସିଆ କପ୍‌ରେ ରବିବାର ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ ‌ଖେଳିଲେ ବିରାଟ କୋହଲି ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଥିବା କୋହଲି ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମୁକାବିଲାକୁ ଓହ୍ଲାଇଲେ ଏହା ତାଙ୍କର ୧୦୦ତମ ମ୍ୟାଚ୍‌ ହେବ। ଆଉ ଏହାପରେ ସେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ୧୦୦ ବା ତା’ଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଯିବେ। କୋହଲି ଏବେ ସୁଦ୍ଧା ଖେଳିଥିବା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ୫୦.୧୨ ହାରରେ ୩୩୦୮ ରନ୍‌ ସଂଗ୍ରହ କରିସାରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କର ‌ଶ୍ରେଷ୍ଠ ପାଳି ଅପରାଜିତ ୯୪ ରହିଛି। ସେ ମଧ୍ୟ ଟି-୨୦ ଆନ୍ତର୍ଜାତିକରେ ମୋଟ ୩୦ ଅର୍ଦ୍ଧଶତକ ହାସଲ କରିସା‌ରିଛନ୍ତି।

Exit mobile version