Site icon ଆଜିକାଲି

କୋହଲିଙ୍କୁ ୨୦୨୩ ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୨୦୨୩ ବର୍ଷର ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି (ଆଇସିସି ପ୍ଲେୟାର ଅଫ୍‌‌ ଦ ଇୟର ୨୦୨୩) ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରାଯାଇଛି। ଟି-୨୦ ବିଶ୍ୱକପ୍‌‌ ପାଇଁ ବିରାଟ ଏବେ ଭାରତୀୟ ଦଳ ସହିତ ଆମେରିକା ଗସ୍ତରେ ଅଛନ୍ତି। ଚଳିତ ବିଶ୍ୱକର୍ପରେ କୋହଲି ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି, ଯାହାଙ୍କଠାରୁ ଦଳ ଭଲ ଇନିଂସ ଆଶା ରଖିଛି।

୨୦୨୩ରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌‌ ଭଲ ଥିଲା। ସେ ୨୭ଟି ଦିନିକିଆ ଖେଳି ୭୨.୪୭ ହାରରେ ୧୩୭୭ ରନ୍‌‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୬ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ଗୋଟିଏ ଇନିଂସରେ ସର୍ବାଧିକ ୧୬୬ ରନ୍‌‌ ସଂଗ୍ରହ କରିଥିଲେ। ଗତବର୍ଷ ଏସିଆ କପ୍‌‌ରେ ଭାରତର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୯୪ ବଲ୍‌‌ ଖେଳି ୧୨୨ ରନ୍‌‌ ସଂଗ୍ରହ କରିଥିଲେ। ଏହା ପରେ ଦିନିକିଆ ବିଶ୍ୱକପ୍‌‌ରେ ବି ସେ ଭଲ ପ୍ରଦର୍ଶନ କରିଥିଲେ। ୧୧ ଇନିଂସରେ ସେ ୭୬୫ ରନ୍‌‌ ସଂଗ୍ରହ କରିଥିଲେ। ଦିନିକିଆରେ ତାଙ୍କ ନାମରେ ୫୦ଟି ଶତକ ଏବଂ ୭୨ ଅର୍ଦ୍ଧଶତକ ରହିଛି।

Exit mobile version