Site icon ଆଜିକାଲି

ତୁର୍କୀରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୫ ରେକର୍ଡ

ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା। ସୋମବାର ପ୍ରତ୍ୟୁଷରେ ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀର ନୁର୍ଦଗ ପ୍ରାନ୍ତ। ଏହାର ପ୍ରଭାବ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆରେ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂ଼ତ ହେବା ପରେ ଲୋକେ ଭୟଭୀତ ହୋଇ ଏତେ ତେଣେ ଦୌଡିବାକୁ ଲାଗିଥିଲେ । ଏହି ଶକ୍ତିଶାଳୀ ଭୂମିକମ୍ପରେ ୩୭ରୁ ଅଧିକ ଅଟ୍ଟାଳିକା ଭାଙ୍ଗିଥିବା ବେଳେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସମୟ ପାହାନ୍ତ ୪.୧୭ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୭.୮ ଥିବା ବେଳେ ୧୫ ମିନିଟ୍‌ ପରେ ଅନୁଭୂତ ପରବର୍ତ୍ତୀ କମ୍ପନର ତୀବ୍ରତା ୬.୭ ଥିଲା ବୋଲି ‘ୟୁଏସ୍‌ଜିଏସ୍‌’ କହିଛି।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।

Exit mobile version